ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଧିକାଂଶ ଲୋକ ସେମାନଙ୍କ ଘରେ ଖାଲି ଚଟାଣ ଉପରେ ବସି ଭଗବାନଙ୍କୁ ପୂଜା କରିଥାନ୍ତି । କିନ୍ତୁ ଧାର୍ମିକ ଦୃଷ୍ଟି କୋଣନୁଯାୟୀ ଏଭଳି କରିବା ଠିକ୍ ନୁହେଁ । ସେଥିପାଇଁ କଦାପି ଖାଲି ଚଟାଣ ବସି ପୂଜା କରିବା ଉଚିତ୍ ନୁହେଁ । ଭଗବାନଙ୍କ ଆରାଧନା କରିବା ସମୟରେ ଆସନ ପ୍ରୟୋଗ କରିବାର ଅଲଗା ମହତ୍ୱ ରହିଛି ।
କୌଣସି ପୂଜାରେ ବା ମନ୍ତ୍ର ଯପିବା ସମୟରେ ଆସନ ବ୍ୟବହାର କରିବା ନିହାତି ଜରୁରୀ । ମାନ୍ୟତାନୁସାରେ ଯେତେବେଳେ ଆପଣ କୌଣସି ଶୁଭ କାମ କରନ୍ତି ସେତେବେଳେ ଶରୀରର ଶକ୍ତି ମାତ୍ରା ବୃଦ୍ଧି ହୋଇଯାଏ । ବିନା ଆସନରେ ଖାଲି ଚଟଣାରେ ବସିଲେ ଚଟଣା ଦ୍ୱାରା ଶକ୍ତି ଅବଶୋଷିତ ହୋଇଥାଏ । କିନ୍ତୁ ଆସନରେ ବସିବା ଦ୍ୱାରା ଚଟାଣକୁ ଶକ୍ତି ଯାଇ ପାରେ ନାହିଁ । ତେବେ ଆସନ୍ତୁ ଜାଣିବା ଆସନ ସହ ଜଡିତ କିଛି ନିୟମ..
– ପୂଜା କରିବା ସମୟରେ କଦାପି ଅନ୍ୟର ଆସନ ବ୍ୟବହାର କରିବା ଉଚିତ୍ ନୁହେଁ ।
– ପୂଜା କରିବା ପରେ ଆସନକୁ ଇଆଡେ ସିଆଡେ ପକାନ୍ତୁ ନାହିଁ, ଏଭଳି ସ୍ଥିତିରେ ଆସନର ଅନାଦର ହୋଇଥାଏ ।
– ସଫା ହାତରେ ଆସନକୁ ଉଠାଇ ସଠିକ ସ୍ଥାନରେ ରଖନ୍ତୁ ।
– ପୂଜା ଆସନ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରନ୍ତୁ ନାହିଁ ।