ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଓପୋ ତାର ଲାଟେଷ୍ଟ କେ ସିରିଜ ସ୍ମାଟଫୋନ୍ ଓପୋ କେ୯ ପ୍ରୋ ଚୀନ୍ ରେ ଲଞ୍ଚ କରିଛି । ଫୋନରେ ୧୨୦ଏଚଜେଡ ଆମୋଲେଡ ଡିସପ୍ଲେ ଦିଆଯାଇଛି । ଏହାସହିତ ଓପୋ କେ୯ ପ୍ରୋ ୫ଜି ସ୍ମାର୍ଟଫୋନକୁ ଟ୍ରିପଲ ରିୟର କ୍ୟାମେରା ଏବଂ ମିଡିଆଟେକ
ଡିମେସିଟି ୧୨୦୦ ଚିପସେଟ ସପୋର୍ଟ ସହିତ ଲଞ୍ଚ କରାଯାଇଛି । ଫୋନରେ ୬୦ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି । ଫୋନର ପ୍ରାରମ୍ଭିକ ଦାମ୍ ୨୫୦୦୦ ରହିଛି । ଯାହାକୁ ଆଗାମୀ ସେପ୍ଟମ୍ବର ୩୦ ରେ ବିକ୍ରି ପାଇଁ ଉପଲବ୍ଧ କରାଯିବ ।
ଏକ ରିପୋର୍ଟ ମୁତାବକ, ଓପୋ କେ୯ ପ୍ରୋ ସ୍ମାର୍ଟଫୋନରେ ୬.୪୩ ଇଂଚର ଫୁଲ ଏଚଡି ଡିସପ୍ଲେ ଦିଆଯାଇଛି । ଯାହାର ରିଜଲ୍ୟୁସନ ୧୦୮୦ ଞ୍ଚ୨୪୦୦ ପିକ୍ସଲ । ଫୋନଟି ଆମୋଲେଡ ସ୍କ୍ରିନ୍ ସହ ଆସିବ । ଯାହାର ରିଫ୍ରେସ ରେଟ୍ ୧୨୦ଏଚଜେଡ । ଏହାସହିତ ୧୮୦ଏଚଜେଡ ଟଚ ସ୍ୟାମ୍ପଲିଙ୍ଗ ରେଟ ଦିଆଯାଇଛି । ଏଥିରେ ଏଚଡିଆର୧୦ ର ସପୋର୍ଟ ଦିଆଯାଇଛି । ଫୋନଟିକୁ ୧୨ଜିବି ର୍ୟାମ ଏବଂ ୨୫୬ଜିବି ଷ୍ଟେରେଜ ଭ୍ୟାରିଏଣ୍ଟ ସହ ଆସିବ ।
ଫୋନରେ ୪୫୦୦ଏମଏଏଚ ର ବ୍ୟାଟେରୀ ଦିଆଯାଇଛି, ଯାହାକୁ ୬୦ୱାଟ ଫାଷ୍ଟ ଚାର୍ଜିଂ ର ସପୋର୍ଟ ମିଳିବ । ଓପୋ କେ୯ ପ୍ରୋ ସ୍ମାର୍ଟଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି । ଏହାର ମେନ୍ କ୍ୟାମେରା ୬୪ମେଗାପିକ୍ସଲର ହୋଇଥିବା ବେଳେ ୮ମେଗାପିକ୍ସଲର ଅଲ୍ଟ୍ରା ୱାଇଡ ଆଙ୍ଗେଲ ଲେନ୍ସ, ୨ ମେଗାପିକ୍ସଲର ମ୍ୟାକ୍ରୋ ଲେନ୍ସ ସପୋର୍ଟ ଦିଆଯାଇଛି । ସେଲ୍ଫି ପାଇଁ ୧୬ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।