ସମ୍ବଲପୁର (ଏଟିଆର ବ୍ୟୁରୋ): ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ଦୁର୍ଲଭ ଧବଳମୁଖୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ସମଲେଇ । ଗତବର୍ଷ କରୋନା ପାଇଁ ମାଙ୍କର ଏହି ଦୁର୍ଲଭ ବେଶର ଦର୍ଶନ ପାଇଁ ଭକ୍ତ ବଞ୍ଚିତ ଥିବା ବେଳେ ଚଳିତବର୍ଷ ମାଙ୍କର ଏହି ବେଶର ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ମିଳିଛି । କିନ୍ତୁ ଭିଡକୁ ଦୃଷ୍ଟିରେ ର୍ଖି ଏହାକୁ ନିୟନ୍ତ୍ରଣ କରିବା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ୧୩ ସେକ୍ସନ ଫୋର୍ସ ମୁତୟନ କରାଯାଇଛି । ସକାଳ ୬ଟାରୁ ଦର୍ଶନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୭ ଟା ଯାଏଁ ଚାଲିବ । ଦର୍ଶନ ସମୟରେ ସମସ୍ତ ଭକ୍ତଙ୍କୁ କୋଭିଡ ଗାଇଡଲାଇନ ପାଳନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।
ବର୍ଷତମାମ ମା ସମଲେଇ ସିନ୍ଦୁର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଧବଳମୁଖୀ ବେଶରେ ମା ଚନ୍ଦନ ଚର୍ଚ୍ଚିତା ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।