ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱର ଜଣାଶୁଣା ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ଆନୁଷ୍ଠାନିକ ଭାବେ ଭାରତରେ ତାର ନୂତନ ୱିଣ୍ଡୋଜ୍ ୧୧ ଲଞ୍ଚ କରିଛି । ଏହାକୁ ୱିଣ୍ଡଜ ୧୦ ପିସିରେ ମାଗଣା ଅପଗ୍ରେଡ ଜରିଆରେ ଉପଲବ୍ଧ କରାଯ । ସେହିପରି ନୂତନ ପିସି କିମ୍ବା ଲାପଟପ୍ ରେ ପୂର୍ବରୁ ଏହା ସ୍ଥାପିତ । କମ୍ପାନୀ ଅନୁଯାୟୀ ୱିଣ୍ଡୋଜ୍ ୧୧ ଲାପଟପ୍ ଏବଂ ଆସସ୍, ଏଚପି ଏବଂ ଲେନୋଭୋ ଭଳି ପିସି ରେ ପ୍ରି-ଇନଷ୍ଟଲ୍ ହୋଇଛି । ଏଥି ସହିତ ଖୁବ ଶୀଘ୍ର ଏସର ଏବଂ ଡେଲ ଲାପଟପରେ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି।
ମାଇକ୍ରୋସଫ୍ଟ ଅନୁଯାୟୀ, ‘ଡାଉନଲୋଡ୍ ଏବଂ ଇନଷ୍ଟଲ୍’ ଚୟନ କରିବା ପରେ ୱିଣ୍ଡୋଜ୍ ୧୧ କୁ ମାଇକ୍ରୋସଫ୍ଟ ସଫ୍ଟୱେର୍ ଲାଇସେନ୍ସର ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ଗ୍ରହଣ କରିବାକୁ ପଡିବ, କେବଳ ସେତେବେଳେ ଉପଭୋକ୍ତାମାନେ ଏହାକୁ ଡାଉନଲୋଡ୍ ଏବଂ ସଂସ୍ଥାପନ କରିପାରିବେ।