ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଏଥର ବର୍ଷାରେ ଭିଜିବ ଦଶହରା ପୂଜା ବଜାର । କାରଣ ଆଉ ଏକ ଲଘୁଚାପ ଆସିବାର ସୂଚନା ରହିଛି । ଉତ୍ତର ଆଣ୍ଡାମାନ ସାଗର ଏବଂ ତାର ପାଶ୍ୱର୍ବର୍ତ୍ତି ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣି ବଳୟ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୩.୧ ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଏହି ଅଞ୍ଚଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁରାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଲଘୁଚାପ ଘନିଭୂତ ହୋଇ ପରବର୍ତ୍ତି ୪ ରୁ ୫ ଦିନ ଯାଏଁ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶାରେ ଆସନ୍ତା ୧୫-୧୬ ତାରିଖ ବେଳକୁ ବର୍ଷା ହୋଇପାରେ ।