ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଦଶହରା ଛୁଟି ଘୋଷଣା କରାଯାଇଛି । ଦଶହରା ଏବଂ କୁମାରପୂର୍ଣ୍ଣିମା ନିମନ୍ତେ ସମସ୍ତ ସରକାରୀ ସ୍କୁଲ, କଲେଜ ଗୁଡିକ ଆଜିଠୁ ଅକ୍ଟୋବର ୨୦ ଯାଏଁ ବନ୍ଦ ରହିବ । ଆଜି ଅପରାହ୍ନରୁ କ୍ଲାସ ଶେଷ ହେବା ପରେ ଅକ୍ଟୋବର ୨୦ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
ଏବେ ରାଜ୍ୟରେ କେବଳ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ କ୍ଲାସରୁମ୍ ପାଠପଢା ଜାରି ରହିଥିବା ବେଳେ ୧୦ ଦିନ ପାଇଁ ଏହା ବନ୍ଦ ରହିବାକୁ ଯାଉଛି ।
ସରକାରୀ ଗାଇଡ ଲାଇନରେ ଜାରି କରାଯାଇଥିବା ସମାନ ନିୟମ ଅନୁଯାୟୀ ପୁଣି ଅକ୍ଟୋବର ୨୧ ରୁ ପୁର୍ନବାର କ୍ଲାସ ଆରମ୍ଭ ହେବ । ସେଥିପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।