ନୂଆଦିଲ୍ଲ ୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇ ଯାଇଛି ପାର୍ବଣ ଋତୁ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଆଜିଠୁ ଫେଷ୍ଟାଭାଲ ସ୍ପେଶାଲ ଟ୍ରେନ ଆରମ୍ଭ କରୁଛି । ଦୁର୍ଗ ପୂଜା, ଦଶହରା, ଦୀପାବଳୀ, ଛଟ ପୂଜା ଭଳି ପର୍ବ ପାଇଁ ଅକ୍ଟୋବର ୧୦ ରୁ ନଭେମ୍ଭର ୨୧ ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ସ୍ପେଶାଲ ଟ୍ରେନ ଉପଲବ୍ଧ ହେବ ।
ସୂଚନାଯୋଗ୍ୟ, ଭାରତ ଏବେ ବି କରୋନାର ଦ୍ୱିତୀୟ ଲହର ଦେଇ ଗତି କରୁଛି ଏବଂ ରେଲୱେ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନି । ସେଥିପାଇଁ ଅତିରିକ୍ତ ବିଶେଷ ଟ୍ରେନ ଚଳାଇବାର ନିଷ୍ପତି ନେଇଛି ରେଲୱେ । କିନ୍ତୁ ଖୁବ୍ କମ ସଂଚାଳନ କ୍ଷମତା ରହିଛି । ଏନେଇ ପଶ୍ଚିମ ରେଲୱେ ଶନିବାର ଦିନ କହିଛି କି ଯାତ୍ରୀଙ୍କ ସୁବିଧା ପାଇଁ ଏବଂ ଯାତ୍ରୀଙ୍କ ଦାବିକୁ ପୁରଣ କରିବା ପାଇଁ ୫ ଯୋଡି ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ୍ ଚାଲିବ ।
ଏହାବ୍ୟତିତ ଉତ୍ତର ରେଲେୱ ଦିଲ୍ଲୀରୁ ୮ ଟି ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ ଆରମ୍ଭ କରିଛି । ସେହିପରି ଦକ୍ଷୀଣ ମଧ୍ୟ ରେଲୱେ ମଧ୍ୟ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ ଚଳାଉଛି । ଏହି ସ୍ପେଶାଲ ଟ୍ରେନରେ କେବଳ କନଫର୍ମ ଟିକେଟ ଥିବା ଯାତ୍ରୀ ହିଁ ଯାତ୍ରା କରିପାରିବେ ।