ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜନତାଙ୍କ ଉପରେ ମହଙ୍ଗମାଡ । ଗୋଟେ ପଟେ ତୈଳ ଦର ହୁ ହୁ ହୋଇ ବଢୁଥିବା ବେଳେ ଅନ୍ୟପଟେ ଆଗକୁ ବଢିବାକୁ ଯାଉଛି ଦିଆସିଲ ଦର । ଧନୀ ହୁଅନ୍ତୁ ଅବା ମଧ୍ୟବିତ କି ଗରିବ । ସମସ୍ତଙ୍କୁ ଦିଆସିଲର ଆବଶ୍ୟକତା ପଡିଥାଏ । ଦୈନିଦିନ ଜୀବନରେ ଦିଆସିଲ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ମାସରେ ବୃଦ୍ଧି ହେବାକୁ ଯାଉଛି ଦିଆସିଲ ଦର ।
ଶିବକାଶୀର ଅଲ୍ ଇଣ୍ଡିଆ ଚ୍ୟାମ୍ବର ଅଫ୍ ମାଚିସ୍ ମୁତାବକ, ଦିଆସିଲ ଦର ଦୀର୍ଘ ୧୪ ବର୍ଷ ପରେ ବୃଦ୍ଧି ହେବାକୁ ଯାଉଛି । ଏକ ଟଙ୍କା ବୃଦ୍ଧି ହେବ ମ୍ୟାଚ ବକ୍ସର ଦାମ୍ । ଏହାପରେ ମୃାଚ ବକ୍ସର ଦାମ୍ ୨ ଟଙ୍କା ହୋଇଯିବ । ପୂର୍ବରୁ ମ୍ୟାଚ୍ ବକ୍ସର ଦାମ ୧ ଟଙ୍କା ଥିବା ବେଳେ ଏବେ ଡିସେମ୍ବର ମାସରୁ ୨ ଟଙ୍କା ମୂଲ୍ୟରେ ବିକ୍ରି ପାଇଁ ବଜାରରେ ଉପଲବ୍ଧ ହେବ ।
୧୯୯୫ ମସିହାରେ ୨୫ ରୁ ୫୦ ପଇସା ହୋଇଥିଲା ଦିଆସିଲର ଦାମ୍ ଏହାପରେ ୨୦୦୭ ମସିହାରେ ୫୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।