ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁନିଆରେ ମହାମହାରୀ କରୋନା ଆମେରିକାରେ ସର୍ବାଧିକ କ୍ଷତି ଘଟାଇଛି । କିନ୍ତୁ ଏବେ ଆମେରିକାରେ ସ୍ଥିତିରେ ଧୀରେ ଧରରେ ସୁଧାର ଆସିଛି । ଏହାରି ମଧ୍ୟରେ ଆମେରିକାରେ ପିଲାମାନଙ୍କୁ ଟୀକା ଦିଆଯିବା ନେଇ ନିଷ୍ପତି ହୋଇଛି । ନଭେମ୍ବର ୮ ରୁ ଆମେରିକାରେ ପିଲାମାନଙ୍କୁ ଫାଇଜର ଟୀକା ଦିଆଯିବ । ୫ ରୁ ୧୧ ବର୍ଷର ପିଲା ପାଇବେ ଟୀକା । ଏହାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି କି, ଏହା ଆମ ପାଇଁ ଏକ ଟ୍ରେନିଙ୍ଗ ପଏଣ୍ଟ ।
ବାଇଡେନ କହିଛନ୍ତି କି, ମାସ ମାସ ଧରି ପିଲାମାନଙ୍କ କରୋନା ଟୀକା ପାଇଁ ଅପେକ୍ଷା କରି ରହିଥିବା ପିତା-ମାତା ଅପେକ୍ଷାର ଏବେ ଅନ୍ତ ଘଟିଛି । ଆମେରିକାର ଏହି ନିଷ୍ପତି ପିଲାମାନଙ୍କ ଦ୍ୱାରା ଭାଇରସ ବ୍ୟାପୁଥିବା ଭୟକୁ ହ୍ରାସ କରିବ । ଭାଇରସକୁ ପରାସ୍ତ କରିବା ଲାଗି ଆମ ଲଢେଇରେ ଏହା ଆମ ଦେଶ ପାଇଁ ଏକ ବଡ ପଦକ୍ଷେପ ।