ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ କାର୍ତ୍ତିକ ପୂର୍ଣ୍ଣିମାର ଖୁବ୍ ମହତ୍ୱ ରହିଛି । କୁହାଯାଏ କି ଏହି ପୂର୍ଣ୍ଣିମାରେ ପୂଜା-ପାଠ, ବ୍ରତ ଆଦି କରିବା ସାଙ୍ଗକୁ କିଛି ଉପାୟ କରି ଭଗବାନଙ୍କ କୃପା ପ୍ରାପ୍ତ କରିପାରିବେ । ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ଆର୍ଶିବାଦ ପ୍ରାପ୍ତି ଏବଂ ମନୋସ୍କାମନା ପୂର୍ତ୍ତି ଆପଣ କାର୍ତ୍ତିକ ପୂର୍ଣ୍ଣିମାରେ କିଛି ଉପାୟ କରି ପାରିବେ ।
– କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ନଦୀରେ ସ୍ନାନ କରିବା ଉଚିତ୍ । ହାତରେ କୁଶ ନେଇ ପବିତ୍ର ନଦୀରେ ସ୍ନାନ କରିବା ପରେ ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳେ । ସେହିପରି ଘରକୁ ସୌଭାଗ୍ୟର ଆଗମନ ହୁଏ ।
– କାର୍ତ୍ତିକ ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀଙ୍କ ପ୍ରବେଶ ପାଇଁ ଘରର ମୁଖ୍ୟ ଦ୍ୱାରରେ ହଳଦୀ ମିଶ୍ରିତ ଜଳରେ ସ୍ୱସ୍ତିକ ବନାନ୍ତୁ । ଏହାସହିତ ଆମ୍ବ ପତ୍ରର ତୋରଣ ଲଗାନ୍ତୁ । ଏହାଦ୍ୱାରା ମା ଲକ୍ଷ୍ମୀ ଧନ-ଧାନ୍ୟ ର ଆର୍ଶିବାଦ ପ୍ରଦାନ କରନ୍ତି ।
– ଏହିଦିନ ନଦୀରେ ଦୀପଦାନର ବିଧାନ ରହିଛି । ଏହାଦ୍ୱାରା ଦେବାଦେବିଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
– କାର୍ତ୍ତିକ ମାସରେ ତୁଳସୀଙ୍କ ବିଶେଷ ମହତ୍ୱ ରହିଛି । ତୁଳସୀଙ୍କୁ ମା ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ । ମାନ୍ୟତା ରହିଛି କି କାର୍ତ୍ତିକ ପୂର୍ଣ୍ଣିମାରେ ତଳସୀ ପାଖରେ ଦୀପ ଜାଳି ତାର ମୂଳ ମାଟିକୁ ତିଲକ ଭାବେ ମଥାରେ ଲଗାଇଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳେ ।
– କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରୀପୁରାରି ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ । ଏହିଦିନ ତ୍ରୀପୁରାରୀ ଶିବଙ୍କ ପୂଜା କରାଯାଇଥାଏ ।