ଭୁୁବନେଶ୍ୱର (ଏଟିଆ ବ୍ୟୁରୋ): ଗାଡି ଚାଳକଙ୍କ ପାଇଁ ଖୁସୀ ଖବର । ଏଣିକି ଘରେ ବସି ଗାଡିର ସମସ୍ତ କାଗଜପତ୍ର ଡାଉନଲୋଡ କରିପାରିବେ । ଏନେଇ ବିଜ୍ଞପ୍ତି ଜାରି କରିଛି ବାଣିଜ୍ୟ ଓ ପରିବହନ ବିଭାଗ । ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତି ହେଉଛି । ଏହି ସୁବିଧା ନୂଆ ବର୍ଷରୁ ଉପଲବ୍ଧ ହେବ । ପୋଲିସ ଚେକିଂଠାରୁ ନେଇ ସମସ୍ତ ସରକାରୀ ବ୍ୟବସ୍ଥାରେ ଡାଉନଲୋଡ ହେଉଥିବା ପିଡିଏଫ ଗ୍ରହଣୀୟ ହେବ ।
ସ୍ମାର୍ଟ କାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥା ଚିପ୍ ଲିମିଟେଡ ସହ ହୋଇଥିବା ଚୁକ୍ତିର ଅବଧି ୨୮ ଜୁଲାଇରୁ ଶେଷ ହୋଇଛି ସେଥିପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ନୂତନ ବ୍ୟବସ୍ଥା ଅନୁଯାୟୀ ଗାଡିର ସମସ୍ତ କାଗଜପତ୍ର ପାଇଁ ଆପଣଙ୍କୁ ଆରଟିଓ ଅଫିସି ଯିବାକୁ ପଡିବ ନାହିଁ କି ଡାକ କର୍ମଚାରୀଙ୍କୁ ଅପେକ୍ଷା କରିବାକୁ ହେବ ନାହିଁ ଘରେ ବସି ଡାଉନଲୋଡ କରିପାରିବେ କାଗଜପତ୍ର ।