ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ଦୈଡ-ଧାପଡ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ବ୍ୟସ୍ତ । ପୂର୍ବପେକ୍ଷା ଏବେ କମ୍ୟୁନିକେସନ ଡେଭଲପେଣ୍ଟ ହୋଇ ଯାଇଛି । ଆଜିକା ସମୟରେ ଯାହାକୁ ଦେଖିବୁ ସେ କମ୍ପୁଟର, ଲ୍ୟାପଟପ ଏବଂ ମୋବାଇଲ ଫୋନ ବ୍ୟବହାର କରୁଛି । ଲୋକେ ଯେଉଁଭଳି ଭାବେ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି । ଏହାଦ୍ୱାରା ଅନେକ ପ୍ରକାରର ଶରୀରିକ ସମସ୍ୟା ଉପୁଜୁଛି । ତ୍ୱଚା ଉପରେ ମଧ୍ୟ ମୋବାଇଲ ଫୋନର ପ୍ରଭାବ ପଡୁଛି ।
ହାର୍ବର୍ଡ ମେଡିକାଲ ସ୍କୁଲ ଅନୁସାରେ, ବ୍ଲ୍ୟୁ ଲାଇଟ୍ ନିଦକୁ ପ୍ରଭାବିତ କରେ ଏବଂ ସମ୍ଭାବିତ ରୂପେ ରୋଗର କାରଣ ହୋଇପାରେ । ଯେଉଁଥିରେ ରେଟିନା ସମସ୍ୟା ମଧ୍ୟ ସାମିଲ ଅଛି । ସେହିପରି ମୋବାଇଲ ବ୍ୟବହାର ଦ୍ୱାରା ତ୍ୱଚା ସସମ୍ୟା ମଧ୍ୟ ହୋଇଥାଏ ।
ମୋବାଇଲ ଫୋନ ଜରିଆରେ ତ୍ୱଚାକୁ ରେଡିଏସନ ଯାଇଥାଏ । ଅବଶ୍ୟ ଲୋକେ ଜାଣିପାରିନଥାନ୍ତି କି ମୋବାଇଲ ଫୋନର ଅତ୍ୟଧିକ ବ୍ୟବହାର ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ କଲ କରିବା ଦ୍ୱାରା ତ୍ୱଚା ସମସ୍ୟା ଏବଂ ଅନ୍ୟ ପ୍ରଭାବର ଆଶଙ୍କା ବଢିପାରେ । ଅତ୍ୟଧିକ ମାତ୍ରାରେ ମୋବାଇଲ ବ୍ୟବହାର ଦ୍ୱାରା ଅନେକ ସମସ୍ୟା ହୋଇଥାଏ ।
ବାସ୍ତବରେ, ସମୟ ଅନୁଯାୟୀ କୁଞ୍ଚନ ଏବଂ ତ୍ୱଚାରେ ଗାର ପଡିବା ସାଧାରଣ କଥା । କିନ୍ତୁ ଯଦି ଆପଣ ମୋବାଇଲ୍ ଅଧିକ ବ୍ୟବହାର କରୁଛନ୍ତି ତେବେ ଆଖି ଏବଂ ତ୍ୱଚାର ନିୟମିତ ଯତ୍ନ ନେବା ଆବଶ୍ୟକ । ଏଥିପାଇଁ ଆପଣ ଆଖି କ୍ରିମ୍ ବ୍ୟବହାର କରିବା ଆବଶ୍ୟକ । କୁହାଯାଏ ଯେ ଉତ୍ତାପ, ବିକିରଣ ଏବଂ ନୀଳ ଆଲୋକର ସଂସ୍ପର୍ଶରେ ଆସିବା ହେତୁ ତ୍ୱଚାରେ ହାଇପରପିଗମେଣ୍ଟେସନ୍ ଏବଂ କଳା ଦାଗ ବା ପ୍ୟାଚ୍ ଆରମ୍ଭ ହୁଏ । ଏପରି ପରିସ୍ଥିତିରେ, ଚର୍ମର ଯତ୍ନ ନେବା ପାଇଁ, ଫୋନ ବ୍ୟବହାର କମ କରିବା ଉଚିତ୍ ।
ଯଦି ଆପଣଙ୍କର ତ୍ୱଚାରେ କଳା ରଙ୍ଗର ଦାଗ ଅଛି, ତେବେ ତ୍ୱଚାକୁ ଏକ ତ୍ୱଚା ସେରମ୍ ଦ୍ୱାରା ରକ୍ଷା କରନ୍ତୁ । ସେରମର କିଛି ବୁନ୍ଦା ନେଇ ତ୍ୱଚାରେ ଲଗାନ୍ତୁ । ବାସ୍ତବରେ, ସେଲ୍ ଫୋନରେ ଅନେକ ଜୀବାଣୁ ରହିପାରେ ।