ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସ ପକ୍ଷରୁ ଆସନ୍ତା ୨୦ ତାରିଖରୁ ଦେଶବ୍ୟାପି ଟ୍ରକ ଧର୍ମଘଟ । ବିଭିନ୍ନ ଦାବି ପୂରଣକୁ ନେଇ ଏହି ଟ୍ରକ ଚଳାଚଳ ବନ୍ଦ ଡାକରା ହୋଇଛି ବୋଲି ଅନୁଗୁଳରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀ ସୂତ୍ରରୁ ଜଣା ପଡିଛି ।
ଦାବି ପୂରଣ ଲାଗି ଏହି ଧର୍ମଘଟରେ ଓଡିଶାର ସମସ୍ତ ଟ୍ରକ ମାଲିକ ସଂଘ ସାମିଲ ହେବେ । ଏହା ସହିତ ଧର୍ମଘଟର ପ୍ରମୁଖ ଦାବି ରହିଛି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ, ଟି.ଡି.ସି ଆଦାୟ ବନ୍ଦ, ଟୋଲ ଗେଟ୍ ଉଚ୍ଛେଦ, ଥାର୍ଡ ପାର୍ଟି ଇଂସୁରାନ୍ସ ପ୍ରିମିୟମ ନ ବଢେଇବା ଇତ୍ୟାଦି ।