କଟକ (ଏଟିଆର ବ୍ୟୁରୋ): ସିସୋର ଚିଟ୍ ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଆଜି କଟକ ମେଡିକାଲରୁ ଡିସଚାର୍ଜ କରାଯାଇଛି । ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ଏବଂ ଅଧିକ ଚିକିତ୍ସା ଲାଗି ସେ ଦିଲ୍ଲୀ ଯିବେ ବୋଲି ଜଣାପଡିଛି ।
ନିକଟରେ ଅନ୍ତରୀଣ ଜାମିନର ସର୍ତ୍ତ ମୂଳକ ପ୍ରଭାତଙ୍କୁ ନିୟମିତ ଜାମିନ ମିଳିଥିଲା । ମେଡିକାଲରୁ ଡିସଚାର୍ଜ ହେବା ପରେ ପ୍ରଭାତ ଏଭଳି କହିଥିଲେ କି, ‘ଦୀର୍ଘ ୯ ମାସ ପରେ ଘରକୁ ଫେରିଛି । ବାପା ଓ ମା’ଙ୍କୁ ଭେଟି ଆର୍ଶିବାଦ ନେଲି,ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ଯିବି, ସର୍ବଦା ଲୋକମାନଙ୍କ ପାଇଁ କାମ କରିଛି ଏବଂ ଆଗକୁ ମଧ୍ୟ କରିବି’ ।