ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଦୀର୍ଘ ଦିନ ପରେ ୮ ତଳକୁ ଖସିଛି ମାମଲା । ଗୋଟେପଟେ ମାମଲା ହ୍ରାସ ପାଉଥିବା ବେଳେ ଅନ୍ୟପଟେ ଟୀକାକରଣ ବେଗ ଦ୍ରୁତ କରାଯାଇଛି । ଏହାରି ମଧ୍ୟରେ ଆଇସିଏମଆର ପ୍ରମୁଖ ଡାଃ ବଳରାମ ଭାର୍ଗବ କହିଛନ୍ତି କି, କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବୁଷ୍ଟର ଟୀକାର ଆବଶ୍ୟକତା ରହିଛି । ଏପର୍ଯ୍ୟନ୍ତ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ସାମ୍ନାକୁ ଆସି ନାହିଁ ।
ଆଇସିଏମଆର ର ମହାନିର୍ଦ୍ଦେଶକ କହିଛନ୍ତି କି, ଦେଶର ସମସ୍ତ ବର୍ଗର ନାଗରିକଙ୍କୁ କରୋନା ଟୀକାର ଦ୍ୱିତୀୟ ଡୋଜ ଦିଆଯାଉଛି । ବୁଷ୍ଟର ଡୋଜ ଲଗାଇବାର ଆବଶ୍ୟକତା ରହିଛି କି ନାହିଁ ସେନେଇ କୌଣସି ବୈଜ୍ଞାନିକ ପ୍ରମାଣ ମିଳିନାହିଁ ।
ସେହିପରି ରିପୋର୍ଟ ମୁତାବକ, କେନ୍ଦ୍ରର ଶୀର୍ଷ ବିଶେଷଜ୍ଞ ପ୍ୟାନେଲ, ଟୀକାକରଣ ଉପରେ ଏନଟିଏଜିଆଇ ନଭେମ୍ବର ଶେଷ ସୁଧା ବୁଷ୍ଟର ଡୋଜ ଆବଶ୍ୟକତା ଉପରେ ବୈଠକ କରିପାରେ ।