ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ହ୍ରାସ ପାଉଛି । ପୂର୍ବପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୩୮ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୪୭ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
7. Deogarh: 1
8. Dhenkanal: 3
9. Jagatsinghpur: 6
10. Jajpur: 10
11. Jharsuguda: 5
12. Kendrapada: 8
13. Keonjhar: 3
14. Khurda: 141
15. Mayurbhanj: 12
16. Nayagarh: 2
17. Puri: 6
18. Rayagada: 1
19. Sambalpur: 51
20. Sonepur: 1
21. Sundargarh: 8
22. State Pool: 34— I & PR Department, Odisha (@IPR_Odisha) November 25, 2021
New recoveries: 151
Cumulative tested: 23454598
Positive: 1048009
Recovered: 1037152
Active cases: 2403— I & PR Department, Odisha (@IPR_Odisha) November 25, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୫୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୮୦୦୯ ରହିଥିବା ବେଳେ ୨୪୦୩ ଜଣ ଚିକିତ୍ସିତ ହେଉଛନ୍ତି ।