ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅପକମିଂ ଫିଲ୍ମ ‘୮୩’ ର ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ଲୋମ ଟାଙ୍କୁରି ଯାଇଛି । ଯାହାଫଳରେ ଫିଲ୍ମ ଦେଖିବା ପାଇଁ ଆଗ୍ରହ ଆହୁରି ବଢି ଯାଇଛି । ଟ୍ରେଲରରେ ସମସ୍ତେ ରଣଭୀର ସିଂ ଏବଂ କପିଲ ଦେବଙ୍କ ମଧ୍ୟରେ ଦ୍ୱନ୍ଦ୍ୱରେ ପଡ଼ିବେ । ରଣଭୀର ସିଂ ତାଙ୍କ ଜୀବନକୁ କପିଲ ଦେବଙ୍କ ଜୀବନରେ ରଖି ପ୍ରମାଣ କରିଛନ୍ତି ଯେ ଅଭିନୟ ଅପେକ୍ଷା ତାଙ୍କ ପାଇଁ କିଛି ବଡ଼ ନୁହେଁ।
ଭାରତୀୟ ଦଳର ଖେଳରୁ ଟ୍ରେଲର ଆରମ୍ଭ ହୋଇଛି । ଭାରତୀୟ ଦଳର ଖେଳାଳିମାନେ ଗୋଟିଏ ପରେ ଗୋଟିଏ ଆଉଟ ହେଉଛନ୍ତି ଏବଂ ପୁରା ଦଳ କପିଲ ଦେବଙ୍କ ଉପରେ ଆଶା ରଖିଛନ୍ତି । ଯେତେବେଳେ ଭାରତୀୟ ଦଳ ୧୯୮୩ ବିଶ୍ୱକପ ଖେଳିବାକୁ ଯାଆନ୍ତି ସେତେବେଳେ ରଣଭୀର କପିଲ ହୋଇ କହୁଛନ୍ତି କି ସେ ଏଠାକୁ ଜିତିବାକୁ ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ପଙ୍କଜ ତ୍ରିପାଠୀ ଭାରତୀୟ ଦଳର ମ୍ୟାନେଜର ପି.ଆର ମ୍ୟାନ ସିଂ ଭୂମିକାରେ ଅଭିନୟ କରୁଛନ୍ତି।
୩ ମିନିଟ୍ ୪୯ ସେକେଣ୍ଡର ଏହି ଟ୍ରେଲରରେ ଆପଣ କପିଲ ଦେବଙ୍କ ସମ୍ପୂର୍ଣ୍ଣ ଜର୍ଣ୍ଣି ଦେଖିପାରିବେ, ଯିଏକି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଥିଲେ, ସେ କିପରି ଉତ୍ସର୍ଗୀକୃତ ଏବଂ କଠିନ ପରିଶ୍ରମ ବଳରେ ଦଳର ପରାଜୟକୁ ବିଜୟରେ ପରିବର୍ତ୍ତନ କରିଥିଲେ ।ପ୍ରଥମ ଥର ପାଇଁ ଭାରତକୁ ବିଶ୍ୱକପ ଦେଇଥିଲେ ।
ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ବ୍ୟତୀତ ତାହିର ରାଜ ଭସିନ, ଜୀଭା ସଲିମ, ଜତିନ ସରନା, ଚିରାଗ ପାଟିଲ, ଦିନଙ୍କର ଶର୍ମା, ନିଶାନ୍ତ ଦାହିଆ, ହାର୍ଦ୍ଦିକ ସନ୍ଧୁ ଏବଂ ପଙ୍କଜ ତ୍ରିପାଠୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।