ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ମୌଦ୍ରିକ ନୀତି ସମିତି (ଏମପିସି) ର ବୈଠକ । ବୁଧବାର (ଡିସେମ୍ବର ୮) କେନ୍ଦ୍ରୀୟ ବ୍ୟାଙ୍କ ମୁଦ୍ରା ନୀତି ସମୀକ୍ଷା ଫଳାଫଳ ପ୍ରକାଶ କରିବ। ନୀତି ହାରରେ ପରିବର୍ତ୍ତନ ସମେତ ଅନେକ ଅର୍ଥନୈତିକ ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଏମପିସି ବୈଠକରେ ସମୀକ୍ଷା କରାଯିବ। ଏହି ବୈଠକରେ, ସମଗ୍ର ବିଶ୍ୱରେ କରୋନାର ନୂତନ ଭ୍ୟାରଆଣ୍ଟ ଓମିକ୍ରନର ଭୟକୁ ଧ୍ୟାନରେ ରଖି ଏକ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।
ବିଶେଷଜ୍ଞଙ୍କ ମୁତାବକ ତିନି ଦିନିଆ ବୈଠକର ଫଳାଫଳ ଡିସେମ୍ବର ୮ ରେ ପ୍ରକାଶ ପାଇବ ଏବଂ ଏଥର ନୀତିଗତ ହାରରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କମ୍ । ଅର୍ଥାତ୍ ରିଜର୍ଭ ବ୍ୟାଙ୍କ ନୀତି ହାରକୁ ଅପରିବର୍ତ୍ତିତ ରଖିପାରିବ ବୋଲି ଆଶା କରାଯାଉଛି।