(ଏଟିଆର ବ୍ୟୁରୋ): ଧାର୍ମିକ ମାନ୍ୟତା ଅନୁଯାୟୀ ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ଦିନ । ମଙ୍ଗଳବାର ଦିନ ହନୁମାନଙ୍କ ପୂଜା ଆରଧନାର ବିଶେଷ ମହତ୍ୱ ରହିଛି । ଏହି ଦିନ ହନୁମାନଙ୍କ ପୂଜା କରିବା ଦ୍ୱାରା ସମସ୍ତ ସମସ୍ୟା ଏବଂ ସଙ୍କଟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ମଙ୍ଗଳବାରର କିଛି ଉପାୟ ବିଷୟରେ । ଯାହାକୁ ଆପଣାଇବା ଦ୍ୱାରା ହନୁମାନଙ୍କ କୃପା ଲାଭ ହୋଇଥାଏ ।
ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଅନେକ ଲାଭ ହୋଇଥାଏ । ଯେଉଁ ବ୍ୟକ୍ତି ସକାଳ ଏବଂ ସନ୍ଧ୍ୟାରେ ହନୁମାନ ଚାଳିଶା ପାଠ କରନ୍ତି ତାଙ୍କର ସମସ୍ତ ଇଛା ପୁରଣ ହୁଏ ବୋଲି ମାନ୍ୟତା ରହିଛି । ସେଥିପାଇଁ ନିୟମିତ ହନୁମାନ ଚାଳିଶା ପାଠ କରିବା ଉଚିତ୍ । ଖାସ୍ କରି ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଉଚିତ୍ ।
ସେହିପରି ବଜରଙ୍ଗ ବାଣ ପାଠ କରିବା ଦ୍ୱାରା ହନୁମାନଙ୍କ ବିଶେଷ କୃପା ଲାଭ ହୋଇଥାଏ । ଯଦି ଆପଣଙ୍କ ଘରେ ନକରାତ୍ମକ ଶକ୍ତି ରହିଛି ତେବେ ନିୟମିତ ବଜରଙ୍ଗ ବାଣ ପାଠ କରନ୍ତୁ । ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ସେଥିପାଇଁ ମଙ୍ଗଳବାର ଦିନ ବଜରଙ୍ଗ ବାଣ ପାଠ କରନ୍ତୁ । ଯଦି ସମ୍ଭବ ହେଉଛି ନିୟମିତ ବି ଏହାକୁ ପାଠ କରି ପାରିବେ ।
ଅନ୍ୟପଟେ ହନୁମାନ ଅଷ୍ଟକ ପାଠ କରିବା ଦ୍ୱାରା ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଥାଏ ଏବଂ ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ । ସେଥିପାଇଁ ମଙ୍ଗଳବାର ଦିନ ସଙ୍କଟମୋଚନଙ୍କ ହନୁମାନ ଅଷ୍ଟକ ନିହାତି ଭାବେ ପାଠ କରନ୍ତୁ ।
ଏହାବ୍ୟତିତ ଆପଣ ନିୟମିତ ଭାବେ ହନୁମାନଙ୍କ ମନ୍ତ୍ର ଓଁ ହଂ ହନୁମନ୍ତେ ନମଃ ପାଠ କରନ୍ତୁ ।