ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତାମିଲନାଡୁର ସୁଲୁରରେ ଡିସେମ୍ବର ୮ ରେ ହୋଇଥିବା ହେଲିକାପ୍ଟର ଦୁର୍ଘଟଣାରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ୍ ରାୱତ , ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ସେନା ଅଧିକାରୀଙ୍କ ନିଧନ ହୋଇଛି । ଏହି ଦୁର୍ଘଟଣାରେ ପରେ ଏବେ ହେଲିକାପ୍ଟରକୁ ନେଇ ଅନେକ ପ୍ରଶ୍ନ ଉଠିଛି ।
ସୁଲୁର ବେସର କହିବାନୁଯାୟୀ, ସିଡିଏସ ପ୍ରମୁଖ ବିପିନ୍ ରାୱତ ଏବଂ ତାଙ୍କ ପତ୍ନୀଙ୍କ ହେଲିକାପ୍ଟର ଉଡାଣ ଭରିବା ପୂର୍ବରୁ ସେହି ରୁଟ୍ ରେ ବାୟୁସେନାର ସର୍ଚ୍ଚ ବିମାନକୁ ପଠାଯାଇଥିଲା ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ। ସୁଲୁର ଏୟାର ବେସର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରୋଟୋକଲ ଅନୁଯାୟୀ ବାୟୁସେନାର ର ଦୁଇଟି ହେଲିକପ୍ଟର ନିଲଗିରିର ପାଣିପାଗ ଆକଳନ କରିବା ପାଇଁ ମାର୍ଗ ଅନୁସନ୍ଧାନ କରିବାକୁ ପଠାଯାଇଥିଲା। ବିମାନ ନଷ୍ଟ ହେବାପରେ ଅଧିକାରୀ କହିଛନ୍ତି ଯେ ଏହି ହେଲିକପ୍ଟରଗୁଡ଼ିକ ୱେଲିଙ୍ଗଟନ୍ ହେଲିପ୍ୟାଡରେ ଅବତରଣ କରିଛି ନା ଅବତରଣ ନକରି ଫେରି ଆସିଛି ତାହା ନିଶ୍ଚିତ ନୁହେଁ। ଏଥି ସହିତ, ମାଡ୍ରାସ୍ ରେଜିମେଣ୍ଟାଲ୍ ସେଣ୍ଟରର ଜଣେ ବରିଷ୍ଠ ସେନା ଅଧିକାରୀଙ୍କ କହିବାନୁଯାୟୀ, ଯେହେତୁ ଏମଆଇ -୧୭ ଏକ ନିର୍ଭରଯୋଗ୍ୟ ହେଲିକପ୍ଟର, ତେଣୁ ଛୋଟ ହେଲିକପ୍ଟର ଦ୍ୱାରା କୌଣସି ଟ୍ରାଏଲ୍ ରନ୍ କରାଯାଇ ନାହିଁ।