ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଓମିକ୍ରନ୍ ଭୟ । ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ନୂଆବର୍ଷରେ ଧର୍ମାନୁଷ୍ଠାନ ବନ୍ଦ କରିବାର ନିଷ୍ପତି ନିଆଯାଇଛି ।
ନୂଆବର୍ଷରେ ଭିଡକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ୩ଦିନ ଅର୍ଥାତ ୩୧, ୧ ଓ ୨ ତାରିଖରେ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରହିବ । ଓମିକ୍ରମନ୍ ସଂକ୍ରମଣ ପାଇଁ ବିଏମସି ଏଭଳି ନିଷ୍ପତି ନେଇଛି ।