ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଦଳିଲା ନିଷ୍ପତି, ଏବେ ଖୋଲିବନି ପ୍ରାଥମିକ ସ୍କୁଲ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମରୁ ପଞ୍ଚମ ଶ୍ରେଣି ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତିକୁ ସାମୟିକ ସ୍ଥଗିତ ରଖାଯାଇଛି । ଜାନୁଆରୀ ୩ ଅର୍ଥାତ ସୋମବାରଠୁ ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ଏହି ନିଷ୍ପତିକୁ ବଦଳାଇଛନ୍ତି ସରକାର । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତି ବଦଳାଇଛନ୍ତି ।
ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଘୋଷଣା ହେବା ପରେ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡିତ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଥିଲେ ବଦାଧିକାରୀ । କିନ୍ତୁ ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନିଷ୍ପତିକୁ ସ୍ଥଗିତ ରଖିଛନ୍ତି ସରକାର ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତି ସାମୟିକ ଭାବରେ ସ୍ଥଗିତ କଲେ ରାଜ୍ୟ ସରକାର। #OdishaCares pic.twitter.com/VaijcxYlE1
— I & PR Department, Odisha (@IPR_Odisha) January 2, 2022