ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଜଣେ ପରେ ଗଣେ ନେତା ମନ୍ତ୍ରୀ ସଂକ୍ରମିତ ହେଉଛନ୍ତି । ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ପଜିଟିଭ ଚିହ୍ନଟ ହେବା ପରେ ସେ ଆଇସୋଲେସନରେ ରହିଛନ୍ତି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହିତ ତାଙ୍କ ସଂଷ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ କହିଛନ୍ତି ।
ଅନ୍ୟପଟେ ଗତକାଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଥିଲେ । ପଜିିଟିଭ ଚିହ୍ନଟ ହେବା ପରେ ସେ ଆଇସୋଲେସନରେ ଅଛନ୍ତି ।