ନ୍ୟାୟପ୍ରିୟ ହେଉଛନ୍ତି ଶନିଦେବ । ବ୍ୟକ୍ତିଙ୍କ କର୍ମ ଫଳ ଅନୁସାରେ ହିଁ ତାଙ୍କୁ ଫଳ ପ୍ରଦାନ କରିଥାନ୍ତି । ବ୍ୟକ୍ତିଙ୍କ ଭଲ, ମନ୍ଦ କାର୍ଯ୍ୟର ଆକଳନ କରି ଶୁଭ ଓ ଅଶୁଭ ଫଳ ପ୍ରଦାନ କରନ୍ତି ଶନିଦେବ । କୁହାଯାଏ ଶନି କ୍ରୁର ସ୍ୱଭାବର । ଆହୁରି ମଧ୍ୟ କୁହାଯାଏ କି ଶନିଦେବଙ୍କ ଦୃଷ୍ଟି ଯାହା ଉପରେ ପଡେ ତାଙ୍କ ଖରାପ ସମୟ ଆସିଯାଏ । ସେଥିପାଇଁ ଶନି ସର୍ବଦା ତଳକୁ ମୁହଁ କରି ରୁହନ୍ତି ।
ଏହାସହତ କଦାପି ଶନିଙ୍କୁ ଅସନ୍ତୋଷ କରିବା ଉଚିତ୍ ନୁହେଁ । ଯେତେବେଳେ ଶନିଙ୍କ ସାଢେ ସାତୀ ଚାଲିଥିବ ସେତେବେଳେ କିଛି କଥା ପ୍ରତି ଧ୍ୟାନ ରଖିବା ସହିତ କିଛି କାର୍ଯ୍ୟ କରିବା ଉଚିତ୍ ନୁହେଁ । ଯାହାଦ୍ୱାରା ଶନି ଅସନ୍ତୋଷ ହେବେନି ।
ସେହିପରି ଶନିଙ୍କର ଏହି ମନ୍ତ୍ର ଜପିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଓଁ ଶଂ ନୋ ଦେବିରାଭିଷ୍ଟୟ ଆପୋ ଭବନ୍ତୁ ପିତୟେ । ଶଂ ୟୋରାଭି ସ୍ତ୍୍ରଭନ୍ତୁ ନଃ ଏହି ମନ୍ତ୍ର ଶନିବାର ଦିନ ଜପିବା ଶୁଭ ହୋଇଥାଏ ଏବଂ ଶନି ଶାନ୍ତ ହୋଇଥାନ୍ତି ।