ଈୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶରେ ଏବେ ପୁଣି ଥରେ କରୋନା କୋପ ବୃଦ୍ଧି ପାଉଥିବା ବେଳେ ଆଜିଠୁ ଅର୍ଥାତ ଜାନୁଆରୀ ୧୦ ତାରିଖରୁ ଦେଶରେ ଆରମ୍ଭ ବୁଷ୍ଟର ଡୋଜ୍ ବା ପ୍ରିକସନାରୀ ଡୋଜ୍ ।
କେନ୍ଦ୍ର ସ୍ୱାସ୍ଥୃ ମନ୍ତ୍ରାଳୟର ଗାଇଡଲାଇନ୍ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟକର୍ମୀ , ଡାକ୍ତର, ୬୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ଏହି ବୁଷ୍ଟର ଡୋଜ୍ ଦିଆଯିବ । ଯେଉଁମାନେ ଦ୍ୱିତୀୟ ଡୋଜ୍ ଟୀକା ନେବାର ୩୯ ସପ୍ତାହ ହୋଇଥିବ ସେମାନଙ୍କୁ ଏହି ଡୋଜ୍ ଦିଆଯିବ ।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ୬୦ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ ୬୦ ଲକ୍ଷ ୩୭ ହଜାର ଲୋକ ପ୍ରିକସନ୍ ଡୋଜ୍ ନେବାକୁ ଥିବା ବେଳେ ୭ ଲକ୍ଷ ୫ ହଜାର ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ଅଛନ୍ତି।
ଅନଲାଇନ୍ ରେ ଆରୋଗ୍ୟ ସେତୁ ବା କୋୱିନ ଆପ ଜରିଆରେ ଏହି ଡୋଜ୍ ପାଇଁ ସ୍ଲଟ ବୁକ୍ କରି ଟୀକା ନେଇ ପାରିବେ ନଚେତ୍ ଅନ୍ ଦ ସ୍ପଷ୍ଟ ମଧ୍ୟ ଟୀକା ବ୍ୟବସ୍ଥା କରାଯାଇଛି ।