ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଏବେ ପୁଣି ଥରେ ବୃଦ୍ଧି ପାଉଛି । ସଂକ୍ରମଣ ହାର ଏବେ ଦୃତ ଗତିରେ ବଢି ଚାଲିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୭୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୦୯୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୬୮୨ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୭୯୨ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
22. Mayurbhanj: 338
23. Nawarangpur: 112
24. Nayagarh: 75
25. Nuapada: 67
26. Puri: 216
27. Rayagada: 65
28. Sambalpur: 596
29. Sonepur: 87
30. Sundargarh: 1252
31. State Pool: 575— I & PR Department, Odisha (@IPR_Odisha) January 12, 2022
New recoveries: 752
Cumulative tested: 26322602
Positive: 1091547
Recovered: 1047783
Active cases: 35242— I & PR Department, Odisha (@IPR_Odisha) January 12, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୭୫୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୯୧୫୪୭ ରହିଥିବା ବେଳେ ୩୫୨୪୨ ଜଣ ଚିକିତ୍ସିତ ହେଉଛନ୍ତି ।