ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୬୮,୮୩୩ ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ଯାହା ଗତକାଲି ତୁଳନାରେ ୪୬୩୧ ଅଧିକ । ନୂତନ ମାମଲା ସାମ୍ନାକୁ ଆସିବା ପରେ ଦେଶରେ କରୋନାର ସକ୍ରିୟ ମାମଲା ବୃଦ୍ଧି ହୋଇ ୧୪ ଲକ୍ଷ ୧୭ ହଜାର ୮୨୦ ହୋଇଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ୧,୨୨,୬୮୪ ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ କରୋନାର ପଜିଟିଭିଟି ରେଟ୍ ୧୬.୬୬ ପ୍ରତିଶତରେ ପହଁଚିଛି ।
ସେହିପରି ଓମିକ୍ରନ୍ ମାମଲା ୬ ହଜାର ଟପି ସାରିଲାଣି । ଶୁକ୍ରବାର ଯାଏଁ ଦେଶର ବିଭିନ୍ନ ରାଜ୍ୟରେ ଓମିକ୍ରନ୍ ମୋଟ ୬୦୪୧ ମାମଲା ଚିହ୍ନଟ ହୋଇଥିଲା ।