ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏକାଧିକ କରୋନା ପଜିଟିଭ ମାମଲା ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀର ଆଉ ୧୩ ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି ।
ଦକ୍ଷୀଣ ଜୋନର ଯେଉଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଇଛି ସେଗୁଡିକ ହେଲା କଳିଙ୍ଗ ଷ୍ଟାଡିୟମ ବାଳକ ଏବଂ ବାଳିକା ହଷ୍ଟେଲ, ପ୍ରତିକ୍ଷା ଏନକ୍ଲେଭ ପ୍ଲଟ ନଂ ଜି୧, ପୋଖରୀପୁଟ କୋକିଳା ବିହାର ପ୍ଲଟ ନଂ ୫୧୧, ପୋଖରୀପୁଟ ଅନନ୍ତବିହାର ପ୍ଲଟ ନଂ ୪୯ ।
ଅନ୍ୟପଟେ ଉତ୍ତର ଜୋନର ଯେଉଁ ଅଞ୍ଚଳ କଣ୍ଟେନମେଣ୍ଟ କରାଯାଇଛି ସେଗୁଡିକ ହେଲା ହଂସପାଳ ମେଟ୍ରୋ ସ୍ୟାଟେଲାଇଟ ସିଟି, ପଟିଆର ରୟାଲ ଲାଗୁନ, କାନନବିହାର ଫେଜ୍-୨, ନିଳଦ୍ରାବିହାର ଜିଏଥ୧ଧ୨୫ ।