ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶରୀରକୁ ସୁସ୍ଥ ରଖିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭିଟାମିନ୍ ଡି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଯାହାର ସବୁଠାରୁ ବଡ଼ ଉତ୍ସ ହେଉଛି ସୂର୍ୟ୍ୟ କିରଣ । କିନ୍ତୁ ଶରୀରରେ ପର୍ଯ୍ୟାପ୍ତ ସୂର୍ଯ୍ୟ କିରଣ ନପଡିବା ଦ୍ୱାରା ଭିଟାମିନ୍ ର ଅଭାବ ହେବା ସ୍ୱାଭାବିକ କଥା । ବାସ୍ତବରେ ଭିଟାମିନ୍ ଡି ହେଉଛି ଏକ ଚର୍ବିରେ ଦ୍ରବୀଭୂତ ଭିଟାମିନ୍ ଯାହା ଆପଣଙ୍କ ଶରୀର ସୁସ୍ଥ ରହିବାକୁ ଅବଶୋଷିତ ଏବଂ ସଂରକ୍ଷଣ କରିଥାଏ । ଏହା ଅନେକ ଶରୀରିକ କାର୍ଯ୍ୟକୁ ପୂରା କରିବାରେ ଯେପରିକି ରୋଗ ପ୍ରତିରୋଧକ ଶକ୍ତି ବଢାଇବା, ଦାନ୍ତ, ମାଂସପେଶୀ ଏବଂ ହାଡକୁ ମଜବୁ୍ତ କରିବା, ମାନସିକ ଚିନ୍ତାଠୁ ନେଇ ହୃଦଘାତ, ମଧୁମେହ ଏବଂ କର୍କଟ ଭଳି ଗୁରୁତର ରୋଗରୁ ଦୂରେଇ ରଖି ପାରିବ । ହେଲ୍ଥଲାଇନ ଅନୁଯାୟୀ, ଯେତେବେଳେ ଆପଣ ସୂର୍ୟ୍ୟ କିରଣର ସଂସ୍ପର୍ଶରେ ଆସିଥାନ୍ତି, ଶରୀର ନିଜେ ଭିଟାମିନ୍ ଡି ତିଆରି କରିବା ଆରମ୍ଭ କରେ । ତେଣୁ ଆମ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆସନ୍ତୁ ଜାଣିବା ।
ଯଦି ଶରୀରରେ ଭିଟାମିନ୍ ଡି ପର୍ୟ୍ୟାପ୍ତ ପରିମାଣରେ ତିଆରି ହୁଏ, ତେବେ ଆମ ଶରୀର ଅନେକ ଗମ୍ଭୀର ତଥା ଜୀବନ ପ୍ରତି ବିପଦଜନକ ରୋଗରୁ ନିଜକୁ ରକ୍ଷା କରିପାରିବ । ୨୦୦୮ ରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଭିଟାମିନ୍ ଡି ପ୍ରକୃତରେ ହୃଦ ସମ୍ବନ୍ଧୀୟ ରୋଗର ସମ୍ଭାବନାକୁ ହ୍ରାସ କରିଥାଏ । ଏହା ବ୍ୟତୀତ, ୨୦୧୦ ରେ ହୋଇଥିବା ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଋତୁକାଳୀନ ତଥା ଅନେକ ପ୍ରକାରର ଫ୍ଲୁ ହେବାର ସମ୍ଭାବନା ମଧ୍ୟ କମ ହୋଇଥାଏ ।
ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଭିଟାମିନ୍ ଡି ମନୁଷ୍ୟର ମନୋବଳକୁ ବହୁ ପରିମାଣରେ ପ୍ରଭାବିତ କରେ । ବୈ ଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଯେଉଁମାନେ ଡିପ୍ରେସନରେ ପୀଡିତ ତାଙ୍କୁ ଯେତେବେଳେ ସପ୍ଲିମେଣ୍ଟାରୀ ଭାବେ ଭିଟାମିନ୍ ଡି ଟାବଲେଟ୍ ଦିଆଗଲା, ତାଙ୍କ ଶରୀରରେ ସୁଧାର ଆସିବା ସହ ପୂର୍ବ ଅପେକ୍ଷା ସେ ସୁସ୍ଥ ଅନୁଭବ କରିଥିଲେ । ଅନ୍ୟ ଏକ ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡିଛି ଭିଟାମିନ୍ ଡି ଅଭାବ ସହିତ ଜଡିତ ଲୋକଙ୍କଠାରେ ଚାପ, ଭୟ ଭଳି ସମସ୍ୟା ଅଧିକ ଦେଖାଯାଇଛି।
ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଭିଟାମିନ୍ ଡି ସପ୍ଲିମେଣ୍ଟ ନିଅନ୍ତୁ । ଜାଣିବାକୁ ମିଳିଛି କି ଯେଉଁମାନେ ପ୍ରତିଦିନ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ଔଷଧ ସେବନ କରୁଛନ୍ତି ତେବେ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।