ବ୍ରହ୍ମପୁର (ଏଟିଆର ବ୍ୟୁରୋ): ଚିଲିକା ମଝିରେ ଫସି ରହିଲା ଡଙ୍ଗା । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା ।
ଜହ୍ନିକୁଦାରୁ ସାତପଡା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହି ଡଙ୍ଗା ମଝି ଦରିଆରେ ହଠାତ୍ ଅଟକି ଯାଇଥିଲା । ଏନେଇ ଯାତ୍ରୀ ଛାନିଆରେ ଥରହର । ଡଙ୍ଗାରେ ୫୦ରୁ ଉର୍ଦ୍ଧ ଯାତ୍ରୀଥିବାର ଜଣାପଡିଛି । କୌଣସି ଯାନ୍ତ୍ରିକ ତୃଟି ସମସ୍ୟା ଥିବା ସନ୍ଦେହ କରାଯାଉଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ମଝି ନଈରେ ଡଙ୍ଗା ଫସି ରହିଥିବାରୁ କୂଳରେ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଶେଷରେ ଅନ୍ୟ ଡଙ୍ଗା ଯୋଗେ ସ୍ଥାନୀୟ ଲୋକେ ପହଁଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।