ଭୁବନେଶ୍ୱର (ଏଟିଆର ବ୍ୟୁରୋ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ । ସେଥିପାଇଁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ସମସ୍ତ ବୁଥରେ ପହଁଚିବେ ପୋଲିଂ ପାର୍ଟି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।
ବୁଧବାର ହେବାକୁ ଥିବା ମତଦାନ ପାଇଁ ବୁଥ୍ ମାନଙ୍କରେ ପୋଲିଂ ଅଧିକାରୀଙ୍କୁ ପହଁଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୨୩୭୯ ଟି ବୁଥ୍ ମଧ୍ୟରୁ ୩୩୫୭ ଟି ବୁଥ୍ ସମ୍ବେଦନଶୀଳ ରହିଛି । ବୁଥ୍ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ବୁଥ୍ ରେ ସମସ୍ତ କୋଭିଡ କଟକଣା ମାନି ମତଦାନ କରିବାକୁ ଭୋଟର ମାନଙ୍କୁ ଅପିଲ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।