ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଗେମିଂ ପାଇଁ ଆସୁସ କମ୍ପାନୀ ତାର ଦୁଇଟି ନୂତନ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିଛି । ଆସୁସ ରୋଗ ଫୋନ ୫ଏସ କୁ ଦୁଇଟି ଷ୍ଟୋରେଜ ଭ୍ୟାରିଆଣ୍ଟ ତଥା ୮ଜିବି ର୍ୟାମ ଓ ୧୨୮ ଜିବି ଷ୍ଟୋରେଜ ଏବଂ ୧୨ ଜିବି ର୍ୟାମ ଓ ୨୫୬ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟ ସହ ଲଞ୍ଚ କରାଯାଇଛି । ଫେବୃଆରୀ ୧୮ ମଧ୍ୟାହ୍ନ ୧୨ ରୁ ଏହି ଫୋନ ବିକ୍ରି ପାଇଁ ଉପଲବ୍ଧ ହେବ ।
ସେହିପରି ଆସୁସ ରୋଗ ଫୋନ ୫ଏସ ପ୍ରୋ ସ୍ମାର୍ଟଫୋନକୁ ସିଙ୍ଗଲ ର୍ୟାମ ଅପ୍ସନ (୧୮ଜିବି ର୍ୟାମ ଓ ୫୧୨ଜିବି ଷ୍ଟୋରେଜ) ସହିତ ଉପଲବ୍ଧ କରାଯିବ ।
ଏହାସହିତ ଆସୁସ ରୋଗ ଫୋନ ୫ଏସ ର ୮ଜିିବି ର୍ୟାମ ଓ ୧୨୮ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୪୯୯୯୯ ଟଙ୍କା ରହିଥିବା ବେଳେ ୧୨ ଜିବି ର୍ୟାମ ଓ ୨୫୬ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୫୭୯୯୯ ଟଙ୍କା ରଖାଯାଇଛି । ସେହିପରି ଆସୁସ ରୋଗ ୫ଏସ ପ୍ରୋ ର ୧୮ଜିବି ର୍ୟାମ ଓ ୫୧୨ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୭୯୯୯୯ ଟଙ୍କା ରଖାଯାଇଛି ।