ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଶେଷ ହୋଇଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । କିନ୍ତୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନନେ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଏହାପରେ ୨୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ଯାଜପୁର ଜିଲ୍ଲାର ୧୧ ଟି ବୁଥରେ ରିପୁଲିଂ ପାଇଁ ପ୍ରସ୍ତାବ ଆସିଥିବା ବେଳେ ପୁରୀ ଓ ଭଦ୍ରକ ଜିଲ୍ଲାର ୫ ଟି ଲେଖାଁଏ ବୁଥ ପାଇଁ ପ୍ରସ୍ତାବ ଆସିଛି ।
ସେହିପରି ଢେଙ୍କାନାଳ ର ୪ ଟି ବୁଥରେ ରିପୁଲିଂ ପାଇଁ ପ୍ରସ୍ତାବ ରହିଛି । ଏନେଇ ନିର୍ବାଚନ କମିଶନରଙ୍କ ନିକଟକୁ ଜିଲ୍ଲାପାଳଙ୍କଠାରୁ ପ୍ରସ୍ତାବ ଆସିଛି । ଏଥିରେ ରାଜ୍ୟ ନିର୍ବାଚନ କମିଶନର ତର୍ଜମା କରି ନିଷ୍ପତି ନେବେ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନରଙ୍କ ସଚିବ ରବିନ୍ଦ୍ର ସାହୁ ।