ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଇଭିଏମ ପ୍ରଶିକ୍ଷଣ ଶିବିର । ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନ ଅଫିସରେ ମାଷ୍ଟର ଟ୍ରେନରମାନଙ୍କୁ ଟ୍ରେନିଂ ଦିଆଯାଉଛି । ଶୁକ୍ରବାର ୧୫ ଜିଲ୍ଲାର ଟ୍ରେନରଙ୍କୁ ଟ୍ରେନିଂ ଦିଆଯାଉଥିବା ବେଳେ ଶନିବାର ଆଉ ୧୫ ଜିଲ୍ଲାର ଟ୍ରେନରଙ୍କୁ ତାଲିମ ଦିଆଯିବ । ଦୁଇ ଦିନ ଧରି ଚାଲିବ ଏହି ଟ୍ରେନିଂ ପ୍ରକ୍ରିୟା । ଇଭିଏମ ମେସିନ୍ ପରିଚାଳନା, ସିଲ, କିଭଳି ଭୋଟିଂ, ନୋଟରରେ ଭୋଟିଂ ଏବଂ ଭୋଟ ଗଣତି ନେଇ ମାଷ୍ଟର ଟ୍ରେନର ମାନଙ୍କୁ ଏଥିରେ ଟ୍ରେନିଂ ଦିଆଯାଉଛି ।
ମେୟର ଓ ପୌରାଧ୍ୟକ୍ଷ ପାଇଁ ଏଥରକ ସିଧାସଳଖ ଭୋଟିଂ ହେବ ସେନେଇ ସ୍ୱତନ୍ତ୍ର ଭୋଟିଂ କରାଯିବ ।