ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ନର୍ଡ ସିଇ ୨ ୫ଜି ସ୍ମାର୍ଟଫୋନ ଲଞ୍ଚ କରିଛି ୱାନପ୍ଲସ । ଏହି ଫୋନକୁ ମିଡିୟାଟେକ ଡାଇମେଂସିଟି ୯୦୦ ପ୍ରୋସେସର ସହିତ ଲଞ୍ଚ କରାଯାଇଛି । ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । ଏହାସହିତ ଏଥିରେ ୬୫ୱାଟ ସୁପର ଭୋକ ଫାଷ୍ଟ ଚାର୍ଜିଂ ସୁବିଧା ଦିଆଯାଇଛି ।
ୱାନପ୍ଲସ ନର୍ଡ ସିଇ ୨ ୫ଜିର ୬ ଜିବି ର୍ୟାମ ଏବଂ ୧୨୮ ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୨୩୯୯୯ ଟଙ୍କା ରଖାଯାଇଥିବା ବେଳେ ୮ଜିବି ର୍ୟାମ ଓ ୧୨୮ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ୍ ୨୪୯୯୯ ଟଙ୍କା ରହିଛି । ଏହି ଫୋନ ଫେବୃଆରୀ ୨୨ ରୁ ଆମାଜନରେ ବିକ୍ରି ପାଇଁ ଉପଲବ୍ଧ ହେବ ।