ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଭିଭୋ ଖୁବ୍ ଶୀଘ୍ର ତାର ନୂତନ ଭି୨୩ଇ ୫ଜି ସ୍ମାର୍ଟଫୋନ ଭାରତରେ ଲଞ୍ଚ କରିବାକୁ ଯାଉଛି । ରିପୋର୍ଟ ମୁତାବକ, ଭିଭୋ ଭି୨୩ଇ ୫ଜି ସ୍ମାର୍ଟଫୋନ ଫେବୃଆରୀ ୨୧ ରେ ଲଞ୍ଚ କରିବ କମ୍ପାନୀ । ଏହି ଫୋନକୁ ନେଇ କମ୍ପାନୀ ଏକ ମାଇକ୍ରୋସାଇଟକୁ ମଧ୍ୟ ଲାଇଭ କରିଛି । କୁହାଯାଉଛି କି ଏହି ଫୋନ ଏକ ଅଲ୍ଟ୍ରାସ୍ଲିମ ଗ୍ଲାସ ଡିଜାଇନ ସହିତ ଲଞ୍ଚ କରାଯିବ ଏବଂ ଏଥିରେ ମିଡିୟାଟେକ ଡାଇମେନସନ୍ ୮୧୦ ପ୍ରୋସେସର ଦିଆଯିବ ।
ଭିିଭୋ ଭି୨୩ଇ ୫ଜିର ୮ଜିବି ର୍ୟାମ ଏବଂ ୧୨୮ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟର ଦାମ ପାଖାପାଖି ୨୯,୨୦୦ ହୋଇପାରେ ।