ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଏବେ କରୋନାର ତୃତୀୟ ଲହର ହ୍ରାସ ପାଉଥିବାରୁ ଦେଖିବାକୁ ମଳୁଛି । କିନ୍ତୁ ଦେଶରୁ ସମ୍ପୂର୍ଣ୍ଣ ଟଳିନି କରୋନା ବିପଦ । ସାମାନ୍ୟ ଅସାବଧାନତା ପୁଣି ପକାଇପାରେ ଅସୁବିଧାରେ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
କରୋନାର ନୂଆ ନୂଆ ଭ୍ୟାରିଆଣ୍ଟ ସାମ୍ନାକୁ ଆସୁଥିବା ବେଳେ କିଛି ଦିନ ପୂର୍ବରୁ ଦ୍ରୁତ ଗତିରେ ବ୍ୟାପୁଥିଲା ସଂକ୍ରମଣ । ଯାହା ଦେଶରେ ଆତଙ୍କ ସୃଷ୍ଟି କରିଥିଲା । ହେଲେ ଏବେ ଦେଶରୁ ସଂକ୍ରମଣ ହ୍ରାସ ପାଇଛି । କାରଣ ସଂକ୍ରମଣ ଯେତେ ଶୀଘ୍ର ବ୍ୟାପିଥାଏ ସେତେ ଶୀଘ୍ର ହ୍ରାସ ମଧ୍ୟ ହୋଇଥାଏ । କିନ୍ତୁ ଏପର୍ଯ୍ୟନ୍ତ ମହାମାରୀର ସମାପ୍ତ ହୋଇନାହିଁ ।