ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧ ରେ ମହାଶିବରାତ୍ରୀ । ଏନେଇ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି । ମହାଶିବରାତ୍ରୀ ରେ ମନ୍ଦିର, ମେଳାମାନଙ୍କରେ ଭକ୍ତଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଲାଗୁ କରାଯାଇଛି । ମାର୍ଚ୍ଚ ୧ ତାରିଖ ଦିନ ୨ଟାରୁ ମହାଦୀପ ଉଠିବା ଯାଏଁ କଟକଣା ବଳବତ୍ତର ରହିବ ।
– କେଦାରଗୌରୀ ମନ୍ଦିର ଆଡୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡି କୋଟିତିର୍ଥ ଗଳିରେ ପସି ବିଏମସିର ନୂତନ ମାର୍କେଟ କମ୍ପେ୍ଲକ୍ସ ପାର୍କିଂରେ ପାର୍କ କରାଯିବ ।
– -ରଥ ରୋଡ୍ ଏବଂ ପୁନମା ଗେଟ୍ ପଟୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକ ବଢେଇବାଙ୍କ ଛକ(ମୁନା ମେଡ଼ିକାଲ ଷ୍ଟୋର) ଠାରୁ ଆଗକୁ ନଯାଇ ବି.ଏମ୍ ହାଇସ୍କୁଲ ପଡ଼ିଆରେ ଗାଡ଼ି ପାର୍କିଂ କରିବେ ।
– କେଉଟସାହି ଆଡୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡି କେଦାରଗୌରୀ ଗଳି ଦେଇ ବିଏମସିର ନୂତନ ମାର୍କେଟ କମ୍ପେ୍ଲକ୍ସରେ ପାର୍କିଂ କରାଯିବ ।
– – ଗ୍ୟାରେଜ ଛକ କିମ୍ବା ଶ୍ରୀରାମନଗର, ସାମନ୍ତରାପୁର ପଟୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ସବଷ୍ଟେସନ ଛକ ଠାରୁ ଆଗକୁ ନଯାଇ ବିଏମ୍ସି ନୂଆ ମାର୍କେଟ୍ କମ୍ପେ୍ଲକ୍ସ ପାର୍କିଂ/ ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡି ରଖିପାରିବେ ।
– ବିବେକାନନ୍ଦ ମାର୍ଗ ଆଡୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡି କେଦାରଗୌରୀ ମନ୍ଦିର ରାସ୍ତା ତଥା କୋଟିତିର୍ଥ ଗଳି ଦେଇ ବିଏମସିର ନୂତନ ମାର୍କେଟ କମ୍ପେ୍ଲକ୍ସ ପାର୍କିଂରେ ପାର୍କ କରାଯିବ ।
– ତାରା ସୁନ୍ଦରୀ ରାସ୍ତାରୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡି ବଢେଇବାଙ୍ଗ ଛକକୁ ନଯାଇ ବିଏମସି ହାଇସ୍କୁଲ ପଡିଆରେ ପାର୍କିଂ କରାଯିବ ।