ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୌର ନିର୍ବାଚନ ପାଇଁ ବିଗୁଲ ବାଜି ସରିଥିବା ବେଳେ ଆଜିଠୁ ଆରମ୍ଭ ନାମାଙ୍କନ । ରାଜ୍ୟରେ ୧୦୬ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମ ରେ ନିର୍ବାଚନ ପାଇଁ ନାମାଙ୍କନ ହେବ । ମହାନଗର ନିଗମ, ପୌରପାଳିକା, ଏନଏସିର ମେୟର, ପୌରାଧ୍ୟକ୍ଷ, କର୍ପୋରେଟର ଓ କାଉଂସିଲର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବାକୁ ଯାଉଛି । ଏହା ସ୍ଥାନୀୟ ଏଡିଏମ ଅଫିସରେ ଦାଖଲ କରାଯିବ ।
ମାର୍ଚ୍ଚ ୨ ତାରିଖାୁ ମାର୍ଚ୍ଚ ୭ ତାରିଖ ଯାଏଁ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ । ମାର୍ଚ୍ଚ ୧୪ ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଏବଂ ଚୂଡାନ୍ତପ୍ରାର୍ଥୀ ତାଲିକା ପ୍ରକାଶ ।
ଏହାପରେ ମାର୍ଚ୍ଚ ୨୪ ରେ ହେବ ପୌର ନିର୍ବାଚନ ଏବଂ ୨୬ ରେ ପ୍ରକାଶ ପାଇବ ଫଳାଫଳ ।