ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ । ଏହାର ପ୍ରଭାବ ସାରା ଦେଶ ଉପରେ ପଡୁଛି । ଯୁଦ୍ଧ ପାଇଁ ଦରଦାମ୍ ବୃଦ୍ଧି ହେବାରେ ଲାଗିଛି । ହୁ ହୁ ହୋଇ ବୃଦ୍ଧି ପାଉଛି ଅଶୋଧିତ ତୈଳ ଦର । ଅଶୋଧିତ ତୈଳ ଦର ଏବେ ୧୦୦ ଡଲାର ପାର କରିଛି ।
ଯୁଦ୍ଧ ପୂର୍ବରୁ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୯୦ ଡଲାର ରହିଥିବା ବେଳେ ଏବେ ଏହା ୧୦୯ ଡଲାରରେ ପହଁଚିଛି । ଯଦି ଅଶୋଧିତ ତୈଳ ଦର ଏଭଳି ଭାବେ ବଢିଚାଲେ ତେବେ ଦେଶରେ ତୈଳଦର ମଧ୍ୟ ବୃଦ୍ଧି ପାଇପାରେ ।
ଦେଶରେ କିଛି ରାଜ୍ୟରେ ନିର୍ବାଚନ ଚାଲିଥିବା ଯୋଗୁଁ ଏବେ ଦରଦାମ ବୃଦ୍ଧି ଉପରେ ରୋକ ଲାଗିଛି କିନ୍ତୁ ନିର୍ବାଚନ ଶେଷ ହେବା ପରେ ତୈଳଦର ୧୩.୫୦ ପଇସା ବଢିପାରେ ବୋଲି ଉକ୍ରଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।