ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି ଋଷ-ୟୁକ୍ରେନ ମଧ୍ୟରେ ଘମାସନ ଲଢେଇ । ଛାରଖାର ହେଉଛି ୟୁକ୍ରେନ । ଏହାର ପ୍ରଭାବ ସାରା ଦୁନିଆରେ ପଡୁଥିବା ବେଳେ ଏବେ ଓଡିଶାରେ ମଧ୍ୟ ପଡିଛି । ଯୁଦ୍ଧ ଯୋଗୁଁ ରାଜ୍ୟରେ ତୈଳ ଦର ବୃଦ୍ଧି ହୋଇଛି । ପାମୋଲିନ୍ ତେଲ ଲିଟର ପିଛା ୩୦ ଟଙ୍କା ବୃଦ୍ଧି ହୋଇଛି । ସନଫ୍ଲାୱାର ତେଲ ଦର ମଧ୍ୟ ଉଚ୍ଚରେ ରହିଛି । ରାଜ୍ୟରେ ଯେତିକି ତେଲ ଗଚ୍ଛିତ ଅଛି ତାହା ତାହା ସପ୍ତାହ ମଧ୍ୟରେ ଶେଷ ହୋଇଯିବ । ଏହି ସମୟରେ ଯଦି ତୈଳ ଅମଦାନୀ ନହେବ ତେବେ ଆଗକୁ ସ୍ଥିତି ଗମ୍ଭୀର ହୋଇଯିବ ।
ଋଷ-ୟୁକ୍ରେନ ମଧ୍ୟରେ ଚାଲିଛଇ ଯୁଦ୍ଧ । ଏହି କାରଣ ପାଇଁ ତୈଳ ଆମଦାନୀରେ ବ୍ୟାଘତ ସୃଷ୍ଟି ହୋଇଛି । ଯଦି ଏହା ପ୍ରତି ସରକାର ଦୃଷ୍ଟି ନଦିଅନ୍ତି ତେବେ ଆଗକୁ ଆହୁରି ତୈଳ ଦର ବୃଦ୍ଧି ହୋଇପାରେ ବୋଲି ଆଶା ରହିଛି ।