ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ଆଜିଠୁ ପ୍ରବଳ ବର୍ଷା ହେବାର ସମ୍ଭାବନା । ଏହାସହିତ ପୁଣି ଥରେ ମୌସୁମୀ ସକ୍ରିୟ ହେଉଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି ।
ଲଘୁଚାପ ଯୋଗୁଁ ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ ରହିବ ସହ ଟିପିଟିପି ବର୍ଷା ଆରମ୍ଭ ହୋଇଯାଇଛି । ଧୀରେ ଧୀରେ ବର୍ଷାର ପରିମାଣ ବଢିବ ଏବଂ ଚାରିଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।