ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାସନ ଯୁଦ୍ଧ । ଏହାରି ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅପରେଶନ ଗଙ୍ଗା ଜାରି ରହିଛି । ଏବେ ଏହି ଅପରେଶନ ତୀବ୍ର ହୋଇଛି ।
ଭାରତୀୟ ସେନାର ୧୦ ଟି ବିମାନରେ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଏପର୍ଯ୍ୟନ୍ତ ୨୦୫୬ ଭାରତୀୟଙ୍କୁ ଅଣାଯାଇଛି । ୟୁକ୍ରେନ ବ୍ୟତିତ ଏହାର ପଡୋଶୀ ରାଷ୍ଟ୍ର ରୋମାନିଆ, ପୋଲାଣ୍ଡ, ସ୍ଲୋଭାକିଆ ଓ ହଙ୍ଗେରୀରୁ ଭାରତୀୟଙ୍କୁ ଉଦ୍ଧାର କରୁଛନ୍ତି ଭାରତ ସରକାର ।