ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାସନ ଯୁଦ୍ଧ । ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଅନେକ ଭାରତୀୟ ଡାକ୍ତର ଛାତ୍ରଛାତ୍ରୀ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ମିଶନ ଗଙ୍ଗା ଜାରି କରାଯାଇଛି । ଏହା ଜରିଆରେ ପର୍ଯ୍ୟାୟ କ୍ରମେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ତେବେ ୟୁକ୍ରେନରୁ ଭାରତ ଫେରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଜି ଭାରତ ସରକାର ବଡ ଘୋଷଣା କରିଛନ୍ତି ।
ଭାରତରେ ହିଁ ଇଣ୍ଟର୍ଣ୍ଣସିପ କରିବେ ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ । ଏନେଇ ଜାତୀୟ ମେଡିକାଲ କମିଶନଙ୍କ ପକ୍ଷରୁ ସର୍କୁଲାର ଜାରି କରାଯାଇଛି ।
ଇଣ୍ଟର୍ଣ୍ଣସିପ ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀ ଆବେଦନ କରିବା ପରେ ଏହାର ପ୍ରକ୍ରିୟାକରଣ କରାଯାଇ ଇଣ୍ଟର୍ଣ୍ଣସିପ ପାଇଁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯିବ ।