ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେଉଁ ବ୍ୟକ୍ତିଙ୍କ ଜାତକରେ ଗୁରୁ ଗ୍ରହ ଦୁର୍ବଳ ସେମାନେ ଗୁରୁବାର ବ୍ରତ କରିବା ଦ୍ୱାରା ଲାଭ ହୋଇଥାଏ । କିଛି ଲୋକ ଗୁରୁବାର ବ୍ରତ କରି ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତି । ଯେଉଁ ବ୍ୟକ୍ତି ଗୁରୁବାର ବ୍ରତ କରନ୍ତି ଭଗବାନ ବିଷ୍ଣୁ ତାଙ୍କ ଉପରେ କୃପା ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଭଗବାନ ବିଷ୍ଣୁଙ୍କ କୃପା ରହିବା ଦ୍ୱାରା ଘରେ କଦାପି ଧନ-ସମ୍ପତ୍ତି କମ୍ ହୋଇନଥାଏ । ଏବଂ ସେହି ଘରେ ଲକ୍ଷ୍ମୀ ବାସ କରିଥାନ୍ତି । ଯଦି ଆପଣ ଭଗବାନ ବିଷ୍ଣୁଙ୍କୁ ପ୍ରଶନ୍ନ କରିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ଅବଲମ୍ବନ କରନ୍ତୁ ।
ଗୁରୁବାର ହଳଦିଆ ବସ୍ତୁର ଖୁବ୍ ମହତ୍ୱ ରହିଛି । ସେଥିପାଇଁ ସକାଳୁ ଉଠି ସ୍ନାନ ସାରି ଭଗବାନ ବିଷ୍ଣୁଙ୍କୁୁ ଧ୍ୟାନ କରି ବ୍ରତ ସଂକଳ୍ପ କରନ୍ତୁ । ଏହାପରେ ଫଳ, ଫୁଲ ଏବଂ ହଳିଆ ବସ୍ତ୍ରରେ ଭଗବାନଙ୍କୁ ପୂଜା କରନ୍ତୁ ।
ଗୁରୁବାର ସକାଳୁ କଦଳୀ ଗଛ ମୂଳେ ଏକ ଚୌକି ପକାଇ ସେଥିରେ ହଳଦିଆ ବସ୍ତ୍ର ବିଛାଇ ବିଷ୍ଣୁଙ୍କ ପ୍ରତିମା ରଖନ୍ତୁ । ତାପରେ ଦୀପ ଓ ଧୂପ ଜଳାଇ ଚଣା ଡାଲି ଭୋଗ ଲଗାନ୍ତୁ । ଏହି ସମୟରେ ସତ୍ୟନାରାୟଣ କଥା ଶୁଣନ୍ତୁ ।
ଗରୁବାର ବ୍ରତରେ ବିଷ୍ଣୁ ଭଗବାନଙ୍କୁ କଦଳୀ ଭୋଗ ଲଗାନ୍ତୁ । ସେହି ଭୋଗକୁ ନିଜେ ନଖାଇ କୌଣସି ଛୋଟ କନ୍ୟାକୁ ବାଣ୍ଟି ଦିଅନ୍ତୁ । ବ୍ରତରେ ଲୁଣ ଖାଆନ୍ତୁ ନାହିଁ,କୌଣସି ହଳଦିଆ ଜିନିଷ ବ୍ୟବହାର କରି ବ୍ରତ ଭାଙ୍ଗନ୍ତୁ ।