ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ବିହାର ଓ ଛତିଶଗଡ ପାଇଁ ଶନିବାର ନିର୍ବାଚନ କମିଶନ (ଇସି) ପକ୍ଷରୁ ଉପନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଏପ୍ରିଲ ୧୨ ରେ ଗୋଟିଏ ଲୋକସଭା ଏବଂ ୪ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ।
ପଶ୍ଚିମବଙ୍ଗ ଆସନସୋଲରେ ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ବିହାର ଓ ଛତିଶଗଡର ଗୋଟେ ଲେଖାଏଁ ବିଧାନସଭା ଆସନରେ ଉପନିର୍ବାଚନ ହେବ । ସେଥିପାଇଁ ମାର୍ଚ୍ଚ ୨୭ ରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୨୪ ଯାଏଁ ଚାଲିବ । ଏପ୍ରିଲ ୧୨ ରେ ଭୋଟ, ଏବଂ ଏପ୍ରିଏ ୧୬ ରେ ଫଳାଫଳା ଘୋଷଣା ହେବ ।