ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ମଣିପୁରରେ ଲଗାତର ଭାବେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁୁ ଯାଉଛନ୍ତି ଏନ ବିରେନ୍ ସିଂ । ଅପରାହ୍ନ ୩ ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ ଏନ୍ ବିରେନ୍ ସିଂ ।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୦ରେ ମଣିପୁର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା । ଏଥିରେ ସତାରୁଢ ବିଜେପି ୩୨ ସିଟ୍ ରେ କବ୍ଚା କରି ବହୁମତ ସଂଖ୍ୟା ହାସଲ କରିଥିଲା । ଅନ୍ୟପଟେ ଏନସିପିକୁ ୭ ଟି ସିଟ୍, କଂଗ୍ରେସକୁ ୫ଟି ସିଟ୍, ଏନପିଏଫ୍ କୁ ୫ ଟି ସିଟ୍ ମିଳିଥିଲା ।