ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ସୁନା ପିନ୍ଧିବା ଏକ ପ୍ରକାରର ଫ୍ୟାଶନ ହୋଇଯାଇଛି । କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁନା ସୁଟ୍ କରେ ନାହିଁ । ଜ୍ୟୋତିଶ ଶାସ୍ତ୍ରରେ ସମସ୍ତ ଧାତୁ ପ୍ରତ୍ୟେକ ରାଶିର ବ୍ୟକ୍ତିଙ୍କୁ ସୁଟ୍ କରେ ନାହିଁ । ପ୍ରତ୍ୟେକ ରାଶି ପାଇଁ ଭିନ୍ନ ଭିନ୍ନ ଧାତୁ ଏବଂ ତାର ବିଶେଷତ୍ୱ ରହିଛି । ସେହିପରି କିଛି ରାଶିର ବ୍ୟକ୍ତିଙ୍କ ପାଇଁ ସୁନା ପିନ୍ଧିବା ଖୁବ୍ ଲାଭଦାୟକ ଏବଂ ଶୁଭ ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତି ଗ୍ରହ ସହ ସୁନାର ସମ୍ବନ୍ଧ ରହିଛି । ସୁନା ପିନ୍ଧିବା ଦ୍ୱାରା ବୃହସ୍ପତି ମଜବୁତ ହୋଇଥାନ୍ତି । ସେହିପରି ଏହାର ଦୁଷ୍ପ୍ରଭାବକୁ ମଧ୍ୟ ରୋକା ଯାଇ ପାରିବ ।
ମାନ୍ୟତା ରହିଛି କି ବୃହସ୍ପତି ଗ୍ରହ ମଜବୁତ ହେବା ଦ୍ୱାରା ବ୍ୟକ୍ତିଙ୍କ ମାନସମ୍ମାନ ବୃଦ୍ଧି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ସୁନା ପିନ୍ଧିବା ଶୁଭ ଓ ଫାଇଦା ।
ମେଷ ରାଶି: ଏହି ରାଶିର ବ୍ୟକ୍ତି ସୁନା ପିନ୍ଧିବା ଶୁଭ ହୋଇଥାଏ । ଏହି ରାଶିର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ଏବଂ ଗୁରୁ ଗ୍ରହ ସହ ମିତ୍ରତା ରହିଛି । ସେଥିପାଇଁ ମେଷ ରାଶିର ବ୍ୟକ୍ତି ସୁନା ଜିନିଷ ପିନ୍ଧିବା ଦ୍ୱାରା ଭାଗ୍ୟ ଉଜ୍ୱଳ ହୋଇଥାଏ । ଏହାସହିତ ପରିବାରରେ କଳହ ଦୂର ହୋଇଥାଏ । ସମସ୍ତ ପ୍ରକାରର ଋଣରୁ ମୁକ୍ତି ମିଳିଥାଏ ।
ସିଂହ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଂହ ରାଶିର ବ୍ୟକ୍ତି ସୁନା ମୁଦି ପିନ୍ଧିବା ଜରୁରୀ । ଏହି ରାଶିର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ଏବଂ ସ୍ୱର୍ଣ୍ଣର କାରକ ଗୁରୁ ଗ୍ରହ । ଉଭୟଙ୍କ ମଧ୍ୟ ଭଲ ସମ୍ବନ୍ଧ ରହିଛି । ସେଥିପାଇଁ ସିଂହ ରାଶିର ବ୍ୟକ୍ତି ନିହାତି ସୁନା ଧାରଣ କରନ୍ତୁ । ଏହାଦ୍ୱାରା ସମ୍ପର୍କ ମଜବୁତ ହୋଇଥାଏ ଏବଂ ବ୍ୟବସାୟରେ ଧନ ଲାଭ ହୋଇଥାଏ ।
କନ୍ୟା ରାଶି: ଏହି ରାଶିର ବ୍ୟକ୍ତିଙ୍କ ଜାତକରେ ଗୁରୁଗ୍ରହ ପଞ୍ଚମ ଏବଂ ସପ୍ତମ ସ୍ଥାନରେ ରହିଛନ୍ତି । ଏଭଳି ସ୍ଥିତିରେ ସୁନା ପିନ୍ଧିବା ଶୁଭ ହୋଇଥାଏ । ଆଗାମୀ ଦିନରେ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
ଧନୁ ରାଶି: ଏହି ରାଶିର ସ୍ୱାମୀ ଏବଂ ସ୍ୱର୍ଣ୍ଣର କାରକ ହେଉଛନ୍ତି ଗୁରୁଗ୍ରହ । ଏହି ରାଶି ପାଇଁ ସୁନା ଜିନିଷ ଶୁଭ ଓ ଫଳଦାୟୀ ହୋଇଥାଏ । ଏହାଦ୍ୱାରା ପ୍ରତ୍ୟେକ କାମରେ ସଫଳତା ମିଳିଥାଏ ।