ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି । ଏହାସହିତ ଦିନକୁ ଦିନ ତାପମାତ୍ର ବୃଦ୍ଧି ପାଇବାରେ ମଧ୍ୟ ଲାଗିଛି । ରଜଧାନୀ ଭୁବନେଶ୍ୱରରେ ପ୍ରବଳ ଖରା ସହିତ ତାପମାତ୍ରା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଅସହ୍ୟ ଖରା ଦାଉରୁ ରକ୍ଷା ପାଇବା ପାଇଁ ନନ୍ଦନକାନନ କତ୍ତୃପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ନନ୍ଦନକାନନରେ ଜୀବଯନ୍ତୁମାନେ ଖରାରେ ଡହଳ ବିକଳ ହେଉଛନ୍ତି । ଖରାରୁ ରକ୍ଷା ପାଇବା ପାଇଁ ଜୀବଯନ୍ତୁମାନେ ଛାଇର ସାହାର ଖୋଜୁଛନ୍ତି । କିଏ ଗଛ ମୂଳ ଛାଇ ତଳେ ଶୋଇ ରହୁଛି ତ ପୁଣି ଆଉ କିଏ ପାଣିବେ ବୁଡି ରହୁଛି । ଏଭଳି ଭାବେ ସାହାରା ଖୋଜୁଛନ୍ତି ଜୀବଯନ୍ତୁ ।
ଏଭଳି ସ୍ଥିତିରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ପଶୁପକ୍ଷୀମାନଙ୍କୁ ବରଫ ମିଶ୍ରିତ ପାଣି ପିଇବା ପାଇଁ ଦିଆଯାଉଛି । ଛୋଟ ହାତୀମାନଙ୍କ ପାଣିରେ ଗାଧୋଇ ଦିଆଯାଉଛି । ସୀମ୍ପାଜିମାନଙ୍କୁ ଖାଦ୍ୟରେ ପଇଡ, ତରଭୂଜ ଆଦି ଥଣ୍ଡା ଖାଦ୍ୟ ଦିଆଯାଉଛି । ଏହାସହିତ ଯଦି କୌଣସି ଜୀବ ଅସୁସ୍ଥ ହୁଅନ୍ତି ତେବେ ସେମାନଙ୍କୁ ତୁରନ୍ତ ଚିକିତ୍ସା ଲାଗି ସଜାର ରହିବା ପାଇଁ ବରିଷ୍ଠ ଚିକିତ୍ସକ କହିଛନ୍ତି ।