ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୋଆରେ ବିଜେପି ସରକାର । ଦ୍ୱିତୀୟ ଥର ପାଇଁ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରମୋଦ ସାୱନ୍ତ । ପାଣାଜୀର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ବହୁ ପୁରୁଖା ନେତା ସାମିଲ ଥିଲେ ।
ଗୋଆ ବିଧାନସଭା ନିର୍ବାଚନରେ ମୋଟ ୪୦ଯି ଆସରୁ ୨୦ଟି ଆସନରେ ବିଜେପି ବିଜୟ ହୋଇଥିବା ବେଳେ ୧୧ ଟି ଆସନରେ କଂଗ୍ରେସ ବାଜିମାରିଥିଲା । ଏହାପରେ ବିଜେପିକୁ ଏମଜିପି ପାର୍ଟି ଏବଂ ଅନେକ ସ୍ୱାଧୀନ ବିଧାୟକ ସମର୍ଥନ ଜଣାଇ ବିଜେପିରେ ସାମିଲ ହୋଇଥିଲା । ଯାହା ବିଜେପି ପାଇଁ ଗେମ୍ ଚେଞ୍ଜର ପାଲଟିଥିଲା । ଶେଷରେ ବିଜେପି ସରକାର ଗଠନ କରିବାରେ ସଫଳ ହେଲା ।